ଜୁଆ ଆଡ୍ଡାରେ ପୋଲିସର ଚଢ଼ଉ ୨୩ ଜୁଆଡ଼ି ଗିରଫ ୪୮ ହଜାର ଟଙ୍କା ଜବତ

Apr 24, 2025 - 21:54
 0  10
ଜୁଆ ଆଡ୍ଡାରେ ପୋଲିସର ଚଢ଼ଉ ୨୩ ଜୁଆଡ଼ି ଗିରଫ ୪୮ ହଜାର ଟଙ୍କା ଜବତ

ଜୁଆ ଆଡ୍ଡାରେ ପୋଲିସର ଚଢ଼ଉ ୨୩ ଜୁଆଡ଼ି ଗିରଫ ୪୮ ହଜାର ଟଙ୍କା ଜବତ

ସୋଲିଡ଼ ଖବର // ନୂଆପଡ଼ା ଜିଲ୍ଲା କୋମନା ଥାନା

କେନ୍ଦୁପାଲି ଗାଁର ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉକରି ୨୩ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେଠାରୁ ୪୮ହଜାର ୨୨୫ଟଙ୍କା, ୨ଟି

ଚାରିଚକିଆ, ୧୦ଟି ବାଇକ ଓ ୧୬ଟି ମୋବାଇଲ ଜବତ କରିଥିବା

ସାମ୍ବାଦିକ ସମ୍ମିଳନୀରେ ଏସ୍ ପି ଜି.ଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ଗତକାଲି ରାତିରେ କେନ୍ଦୁପାଲି ଗାଁ ନିକଟରେ ଏକ ଜୁଆଆଡ୍ଡା ଚାଲିଥିଲା। କୋମନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଏସପି ନିର୍ଦ୍ଦେଶକ୍ରମେ ରାତି ପ୍ରାୟ ୧୧ଟାରେ କୋମନା ଆଇଆଇସି ସୁମନ୍ତ ନାଏକ ଓ ଏସଆଇ ଅରବିନ୍ଦ ମେହେରଙ୍କ ନେତୃତ୍ବରେ ଗଠିତ ଦୁଇଟି ଟିମ୍ ଜୁଆଆଡ୍ଡାରେ ଚଡ଼ର କରିଥିଲା। ପୁଲିସ ଟିମ ୨୩ ଯୁଆଡ଼ିଙ୍କୁ କାବୁ କରିଥିଲା ଏଥିସହ ୪୮ହଜାର ୨୨୫ ଟଙ୍କା, ଏକ ଚାର୍ଜର ଲାଇଟ ଜବତ କରିଥିଲା। ଆଜି ମଧ୍ୟାହ୍ନରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀରେ ୨୩ଜଣ କୁଆଡ଼ିଙ୍କୁ ହାଜିର କରିଥିଲେ।୪ ଜଣଙ୍କୁ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅନ୍ୟପକ୍ଷେ ଅନ୍ୟ ୧୭ଜଣ ଜୁଆଡ଼ିକୁ କୋମନା ଥାନାରୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥ‌ିବା ସୂଚନା ମିଳିଛି । ସାମ୍ବାଦିକ ସମ୍ମିଳନୀରେ କୋମନା ଆଇଆଇସି ଶ୍ରୀ ନାଏକ, ଏସଆଇ

ଶ୍ରୀ ମେହେର ଉପସ୍ଥିତ ଥିଲେ। ପ୍ରକାଶ ଥାଉକି, କୋମନା ଥାନା କେନ୍ଦୁପାଲି ଗାଁରେ ଦୀର୍ଘବର୍ଷ ହେବ ଜୁଆଖେଳ ଚାଲିଥିଲା। ପୁଲିସର ନାକତଳେ ଏହି ଜୁଆଆଡ୍ଡା ଚାଲିଥିବା ବେଳେ ନୂଆପଡ଼ା ଓ ବଳାଙ୍ଗିର ଜିଲ୍ଲାର ଜୁଆଡ଼ି ମାନେ

ଖେଳିଥାନ୍ତି। କିନ୍ତୁ ସବୁଜାଣି ପୁଲିସ ଅଜଣା ହେଉଥିଲା। ଗତକାଲି ଏସପିଙ୍କ ନିର୍ଦେଶରେ ପୁଲିସ ଚଢ଼ଉ କରିଥିଲା ।

ନୂଆପଡ଼ା ଜିଲ୍ଲା ରୁ ଧର୍ମେନ୍ଦ୍ର କୁମାର ଗହିର ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0