ବେନିୟମ ବିଦେଶୀ ମଦ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ ମଦସହ ବାଇକ ଜବତ

May 18, 2025 - 20:12
 0  2
ବେନିୟମ ବିଦେଶୀ ମଦ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ ମଦସହ ବାଇକ ଜବତ

ବେନିୟମ ବିଦେଶୀ ମଦ ଚାଲାଣ ବେଳେ ପଦରପଡା ନିକଟରେ ମାଡି ବସିଲା ଅବକାରୀ ବିଭାଗ ମଦସହ ବାଇକ ଜବତ ଚାଲାଣକାରୀ ଫେରାର

ସଲିଡ଼ ଖବର :- ଶୁକ୍ରବାର କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ଦେଇ ଦାସିଗାଁକୁ କଲମପୁରରୁ ଓଡି ୦୮ଏସ ୨୦୪୬ ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ ବେନିୟମ ଭାବେ ୪ପେଟି (୧୯.୮ଲିଟର) ବିଦେଶୀ ମଦ ଚାଲାଣ କରାଯାଉଥିଲା । ଏହି ସମୟରେ କଲମପୁର ଗସ୍ତରେ ଜୁନାଗଡ ଅବକାରୀ ଇନିସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ ଦଳ ବଳ ସହ ଆସୁଥିଲେ । ବେନିୟମ ଭାବେ ବିଦେଶୀ ମଦ ଚାଲାଣ ହେଉଥିବା ଦେଖି ବାଇକକୁ ଅନୁସରଣ କରିଥିଲେ | ମଦ ଚାଲାଣକାରୀ ନିଜକୁ ରକ୍ଷା କରିବା ପାଇଁ ବଙ୍କାପଲା ପଦରପଡା ଅଂଚଳକୁ ଚାଲିଯାଇଥିଲେ । ଗାଁ ଶେଷ ମୁଣ୍ଡରେ ଅନ୍ୟ କୌଣଶି ରାସ୍ତା ନଥିବାରୁ ବାଇକ ଏବଂ ମଦକୁ ଛାଡି ଦେଇ ମଦ ତାଲାଣକାରୀ ଫେରାର ମାରିଥିଲେ । ଅନ୍ୟପଟେ ବାଇକ ଏବଂ ମଦକୁ ଜବତ କରି ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ରୀତିମତ କଲମପୁର ଅଂଚଳରେ ବଢି ଚଲିଛି ବେନିୟମ ମଦ କାରବାର । ଦେଶୀ ବିଦେଶୀ ମଦ ସହ ହାତ ରନ୍ଧା ମଦ ବ୍ୟାପକ ଭାବେ ବୃଦ୍ଧି ପାଉଛି । ଉକ୍ତ ବିଦେଶୀ ମଦ କଲମପୁର ଠିପି ବନ୍ଦ ବନ୍ଦ ବିଦେଶୀ ମଦ ଦୋକାନରୁ ଗଲାଣ ହେଉଥିବା ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି । କଲମପୁର ଠାରେ ଏକ ଦେଶୀ ମଦ ଭାଟି ସମେତ ଗୋଟିଏ ଠିପି ବନ୍ଦ ଏବଂ ଠିପି ଖୋଲା ମଦ ଦୋକାନ ରହିଛି। ସେହିଭଳି ବ୍ଲକର ବଡକୁଟୃ ଠାରେ ଏକ ଦେଶୀ ମଦ ଭାଟି ଥିବା ବେଳେ ବନ୍ଧକନା, ଭେଲାଗାଁ ଏବଂ ମଣ୍ଡଳ ଠାରେ ଦେଶୀ ମଦଭାଟିରେ ଶାଖା ଦୋକାନ ରହିଛି। ବିଜମରା ଏବଂ ମଣ୍ଡଳ ଠାରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି। ଯାହା ସରକାରଙ୍କ ସ୍ଵୀକୃତିପ୍ରାପ୍ତ। କିନ୍ତୁ ଏହାବ୍ୟତୀତ ବ୍ଲକର ପ୍ରତ୍ୟେକ ଗାଁ ରେ ଏକାଧିକ ଦେଶୀ ମଦ କୋଠି ସମେତ ପାନ ଦୋକାନ, ଫେନ୍ସି ଦୋକାନ ଆଦିରେ ବେନିୟମ ଭାବେ ବିଦେଶୀ ମଦ ବିକ୍ରୟ କରାଯାଉଛି। ପୁଣି ଏହା ବାଦରେ ହାତରନ୍ଧା ଦେଶୀ ମଦ ଖୁଲମଖୁଲା ବିକ୍ରୀ ଚାଲିଛି। ଯାହା ଦ୍ଵାରା ସରକାରଙ୍କ ରାଜସ୍ଵ କ୍ଷତି ହେଉଛି। ଏନେଇ ଅବକାରୀ ବିଭାଗ ଏବଂ ପୁଲିସ ପ୍ରଶାସନ ଗୁରୁତ୍ୱ ଦେଲେ ସରକାରଙ୍କ ରାଜସ୍ଵ ବୃଦ୍ଧି ପାଇବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0