ନିରୀହ ଦାଦନ ଶ୍ରମିକ ର ମୃତ୍ୟୁ ପଛରେ କାରଣ କଣ ?
ନିରୀହ ଦାଦନ ଶ୍ରମିକ ର ମୃତ୍ୟୁ ପଛରେ କାରଣ କଣ ?
ସୋଲିଡ଼ ଖବର // କଳାହାଣ୍ଡି ଜିଲ୍ଲା ରେ ବାରମ୍ବାର ଘଟୁଛି ଏଭଳି ଅଭାବନୀୟ ଘଟଣା,
ଗୋବିନ୍ଦ ନାଗ ଙ୍କ ମୃତ୍ୟୁ ପଛରେ କଣ ରହସ୍ୟ ରହିଛି ?
ଘରୁ ସୁସ୍ଥ ବ୍ୟକ୍ତି ହାଇଦ୍ରାବାଦ ଯାଇ ମାସେ ହେଇନି ମୃତ୍ୟୁ ର ଖବର ଘରକୁ ଆସିଛି ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ର ଜାମଚୁଆଁ ଗ୍ରାମ ଠାରେ ।
ଜାମଚୁଆଁ ଗ୍ରାମର ଜଣେ ବ୍ୟକ୍ତି ଗବିନ୍ଦ ନାଗ ଙ୍କୁ ପଇସା ର ଲୋଭ ଦେଖାଇ ସିଲେଇଯୋର୍ ର ବିଷ୍ଣୁ ବେନିଆ ନାମକ ଠିକାଦାର ବାହାର ରାଜ୍ୟ ହାଇଦ୍ରାବାଦ କୁ କାମ କରାଇବା ପାଇଁ ନେଇଥିବାର ଅଭିଯୋଗ ଆସିଛି ।
ଯାହାଫଳରେ ଗୋବିନ୍ଦ ନାଗ କାମକରିବାକୁ ଯାଇ ମାସେ ହେଇନି ମୃତ୍ୟୁ ର ସୂଚନା ଘରକୁ ଆସିଛି ।
ସୂଚନା ଥାଉକି ଗତ ୨୨/୪/୨୦୨୫ ରିଖ ମଙ୍ଗଳବାର ଦିନ ସକାଳ ସମୟରେ ଜନାଇ ନାଗ ତାଙ୍କ ସ୍ବାମୀ ଗୋବିନ୍ଦ ନାଗ କୁ ଫୋନ ଯୋଗେ କଥା ହେଇଥିଲେ କିନ୍ତୁ ସେହି ଦିନ ସନ୍ଧ୍ୟା ସମୟରେ ପୁଣି ଥରେ ଜନାଇ ନାଗ ଫୋନ୍ ଯୋଗାଯୋଗ କରିଥିଲେ ହେଲେ ଗୋବିନ୍ଦ ନାଗ ଙ୍କ ମୃତ୍ୟୁ ର ଖବର ଶୁଣିଥିଲେ ।
ଗୋବିନ୍ଦ ନାଗ ଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ ଜନାଇ ନାଗ ଜୟପାଟଣା ଥାନା ରେ ଏତଲା ଦେଇଛନ୍ତି ।
ଏଜେନ୍ସୀ ଲାଇସେନ୍ସ ନଥାଇ ଶିଲେଇଯୋର ର ବିଷ୍ଣୁ ବେନିଅ ବାହାର ରାଜ୍ୟ କୁ ଦାଦନ ଶ୍ରମିକ ଚାଲାଣ କରୁଥିବାର ଅଭିଯୋଗ ସାମ୍ନା କୁ ଆସିଛି ।
ବିନା ଲାଇସେନ୍ସରେ ଠିକାଦାର ସାଜି ବାହାର ରାଜ୍ୟ କୁ ଲେବର ଚାଲାଣ କରୁଥିବା ହେତୁ କୌଣସି ମେଡିକାଲ ର ସଠିକ୍ ଚିକିତ୍ସା ସୁବିଧା ମିଳି ପାରୁନାହିଁ। ଯାହାଫଳରେ ଗରିବ ଅସହାୟ ଲୋକେ ମୃତ୍ୟୁ ର ଶିକାର ହଉଛନ୍ତି ।
ପ୍ରଶ୍ନବାଚୀ କି ଗୋବିନ୍ଦ ନାଗ ଙ୍କ ମୃତ୍ୟୁ ର କାରଣ କିଏ ହେଇ ପାରେ?
ଅତି ଦୁଃଖର ବିଷୟ କି ଗରିବ ଅସହାୟ ଗୋବିନ୍ଦ ନାଗ ଙ୍କ ପତ୍ନୀ ଜନାଇ ନାଗ ଗର୍ଭବତୀ ରହିଥିବା ସମୟରେ ଦୁଇଜଣ ଛଟ ଛଟ ଛୁଆ ଙ୍କ ସହିତ ରହିଆସୁଥିବା ବେଳେ ନିଜ ସ୍ବାମୀ ଙ୍କ ମୃତ୍ୟୁ ର ସୂଚନା କୁ ନେଇ ପ୍ରଶ୍ନ ଉଠୁଛି କି କିଭଳି ଭାବରେ ନିଜ ପରିବାର ର ଜୀବନଯାପନ ଅତିବାହିତ କରିବ ।
ଖବର ପ୍ରସାରଣ ପରେ ସରକାର ଏବଂ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0