ରେଳ ଧାରଣା ତଳେ ବେଦାନ୍ତ ପାଣି ପାଇପ ଲିକ ଟ୍ରେନ ଦୁର୍ଘଟଣା ଆଶଙ୍କା ରେ ଗ୍ରାମବାସୀ
ରେଳ ଧାରଣା ତଳେ ବେଦାନ୍ତ ପାଣି ପାଇପ ଲିକ ଟ୍ରେନ ଦୁର୍ଘଟଣା ଆଶଙ୍କା ରେ ଗ୍ରାମବାସୀ
ସୋଲିଡ଼ ଖବର କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ନିକଟସ୍ତ ତୁଳାଗାଁ ବସ୍ତି ନିକଟ ଦେଇ ଯାଇଥିବା ତିନି ନମ୍ବର ରେଳ ଧାରଣା ଅତି ବିପଦ ସଂକୁଳ ଅବସ୍ଥା ରହିଥିବା ଗମବାସୀ ଅଭିଯୋଗ ଆଣିଛନ୍ତି ପ୍ରାପ୍ତ ସୂଚନା ରୁ ଜଣା ଯାଇଛି ଯେ ରାୟପୁ ଠାରୁ ବିସଖା ପାଟଣା କୁ ସଂଯୋଗ କରୁଥିବା ତିନି ନମ୍ବର ରେଳ ଧାରଣା ନର୍ଲା ରୋଡ଼ ଷ୍ଟେସନ ଠାରୁ ଅଳ୍ପ ଦୂରରେ ୩୩୯/୬A ଏବଂ ୩୩୯/୮A ମଧ୍ୟରେ ବେଦାନ୍ତ ପାଣି ପାଇପ ଲିକ ହୋଇ ରେଲେ ଟ୍ରାକ ତଳୁ ପାଣି ମାସ ମାସ ଧରି ବାହାରୁ ଥିବାରୁ ରେଳ ଟ୍ରାକ ପ୍ରତି ବିପଦ ରହିଥିବା ଅଭିଯୋଗ ହଇଛି ଏହି ଟ୍ରାକ ଉପର ଦେଇ ପ୍ରତି ଦିନ ଶତାଧିକ ମାଳବାହି ଓ ଯାତ୍ରୀବାହି ଟ୍ରେନ ଯିବା ଆସିବା କରୁଥିବାରୁ,କେତେବେଳେ ଯେ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିବା ସହ ଏଥିପାଇଁ ବେଦାନ୍ତ କମ୍ପାନୀ ର ଖାମଖିଆଲି ନିତୀ କୁ ଦାୟି କରିଛନ୍ତି କାରଣ ପାଣି ପାଇପ ଲିକେଜ ଘଟଣା ବର୍ଷା ଧିକ କାଳ ରେଳ ବିଭାଗ ଅଧିକାରୀ ଓ ଗ୍ରାମବାସୀ ମାନେ ଏହାର ମରାମତି ପାଇଁ ଜଣାଇ ଥିଲେ ମଧ୍ୟ ବେଦାନ୍ତ ଅଧିକାରୀ ମାନଙ୍କ କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗୁ ନ ଥିବା ଅଭିଯୋଗ ହୋଇଛି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0