ବିଦ୍ୟୁତ୍ ତାର ସଂସ୍ପର୍ଶରେ ଯୁବକ ଙ୍କ ମୃତ୍ୟୁ

May 1, 2025 - 10:12
May 1, 2025 - 10:23
 0  13
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଯୁବକ ଙ୍କ ମୃତ୍ୟୁ

 ବିଦ୍ୟୁତ୍ ତାର ସଂସ୍ପର୍ଶରେ ଯୁବକ ଙ୍କ ମୃତ୍ୟୁ

 

Solid Khabar // ବାହୁନିବାହୁନି କାନ୍ଦୁଛନ୍ତି ଭଉଣୀ ଆଉ ମୂର୍ଛିତ ହୋଇଛନ୍ତି ସ୍ତ୍ରୀ। ବାହାଘରର ବର୍ଷେ ନପୁରୁଣୁ ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ଗାଁରେ।।  ବିଦ୍ୟୁତ୍ ବିଭାଗର  ଅବହେଳା ଯଗୁଁ ଆଜି ଜଣେ ନିରୀହ ଯୁବକର ଜୀବନ ଚାଲି ଯାଇଛି।  ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସ୍ପର୍ଶରେ ଆସି ମୁଖୀଗୁଡା ଗାଁ ର ରାକେଶ ତମାଞ୍ଜ (୩୨) ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରାକେଶ ଆଜି ସକାଳେ ନିଜ ଘର ର ଛାତ ସଜାଡୁଥିଲେ।କିନ୍ତୁ ଉପରେ ଯାଇଥିବା ୧୧ କେଭି ତାର ସ୍ପର୍ଶ ରେ ଆସି ଅଚେତ ହୋଇ ତଳେ ପଡି ଯାଇଥିଲେ। ଘର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ।ସେଠାରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଛନ୍ତି।

 ତାଙ୍କ ମୃତ୍ୟୁ କୁ ନେଇ ବର୍ତ୍ତମାନ ପରିବାରରେ ଶୋକର ଛାୟା ଖେଳିଯାଇଛି। ବିଦ୍ୟୁତ୍ ବିଭାଗ ଙ୍କ ଏଭଳି ଅବହେଳା କାହିଁକି । ଦେଖାଯାଉ ଖବର ପ୍ରସାରଣ ପରେ ବିଦ୍ୟୁତ୍ ବିଭାଗ ଙ୍କ ତତ୍ପରତା କେତେ ତାହା ଦେଖିବାକୁ ବାକି ରହିଲା।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ୍ 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0