୧୩୪ ତମ ଜନ୍ମ ଜୟନ୍ତୀ ପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ମ, ରାମପୁର ଠାରେ ପାଳିତ

Apr 27, 2025 - 16:25
 0  43
୧୩୪ ତମ ଜନ୍ମ ଜୟନ୍ତୀ ପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ମ, ରାମପୁର ଠାରେ ପାଳିତ

୧୩୪ ତମ ଜନ୍ମ ଜୟନ୍ତୀ ପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ମ, ରାମପୁର ଠାରେ ପାଳିତ।

Solid Khabar // ଆଜି କଳାହାଣ୍ଡି ଜିଲ୍ଲାର ମ, ରାମପୁର ରାଜପଥ ହାଇସ୍କୁଲ ନିକଟ କଳା ମନ୍ଦିର ଛକରେ ବାବା ସାହେବ୍ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଚାରିଛକ ରୁ ହରିଜନ ସଂପ୍ରଦାୟର ବ୍ଲକ ସଭାପତି ବୃନ୍ଦାବନ ନାଗ, ହରିଜନ ଓ ଆଦିବାସୀ ସଂଗଠନ ଜିଲ୍ଲା ସଭାପତି ପ୍ରକାଶ ମାଝୀ, ଦ୍ରୋଣ ମାଝୀ, ଇନ୍ଦ୍ର ମଣି ଵାଗ, ଚିତ୍ତରଞ୍ଜନ ଵାଗ, ପ୍ରେମ ସାଗର ନାଗ ସମାଜ ସେବୀ, ଜୟରାମ ମହାନନ୍ଦ,ଡୋଳାମଣି ନାଗ ,କୁମର ମଣି ନାଗ ନେତୃତ୍ବରେ ଏକ ବିଶାଳ ପଟୁଆର ରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ଓ ହରିଜନ ସଂପ୍ରଦାୟର ମ, ରାମପୁର, କର୍ଲା ମୁଣ୍ଡା, ନର୍ଲା ବ୍ଲକ ଜନସାଧାରଣ ସମାବେଶରେ ଯୋଗଦାନ କରିଥିଲେ। ବାବା ସାହେବ୍ ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଦେଇ ଉନ୍ମୋଚନ କରିଥିଲେ।ଏକ ସଭା ଆୟୋଜନ କରିଥିଲେ। ସଭାପତି ବୃନ୍ଦାବନ ନାଗ ଙ୍କ ଅଧ୍ୟକ୍ଷତା ରେ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାଵେ ନର୍ଲା ବିଧାୟିକା ମନୋରମା ମାହାନ୍ତି, ସମ୍ମାନିତ ଅତିଥି ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ଵକ୍ତା ଉଦିତ ମହାନନ୍ଦ ଜିଲ୍ଲା ସଭାପତି ବରିଷ୍ଠ ଅଇନ ଜିଵି, ଅଲ୍ ଓଡିଶା ଫାଉଣ୍ଡେସନ ହରିଜନ ସମାଜର ସଭାପତି ଧନୁର୍ଜୟ ଦିପ, ପୂର୍ବ ତନ ବ୍ଳକ୍ ଅଧ୍ୟକ୍ଷ ଜୀଵେଶ ପଣ୍ଡା ,ମ, ରାମପୁର ସରପଞ୍ଚ ବିଣାପାଣୀ ସାହୁ , ଆଦିବାସୀ ସଂଗଠନ ଜିଲ୍ଲା ସଭାପତି ପ୍ରକାଶ ମାଝୀ ପ୍ରମୁଖ ମଞ୍ଚା ସିନ ଅତିଥି ଭାବେ ଯୋଗ ଦାନ କରିଥିଲେ।ଜାଗରଣ ମଞ୍ଚ ସଭାପତି ଚମରା ବଗତ୍ତି, ଅଲ୍ ଓଡିଶା ସରପଞ୍ଚ ମହାସଂଘ ସଭାପତି 

ରୋମାଞ୍ଚକର ସାହୁ, ଭବାନି ସାହୁ, ଆଇନ ଜିବୀ ଭାରତ ଚାଟାର୍ଜୀ, ସମାଜ ସେବୀ ଗଙ୍ଗାଧର ପ୍ରହରାଜ ଅଂଶ ଗ୍ରହଣ କରି ଉତ୍ସାହିତ କରିଥିଲେ।ସଭା ସାଙ୍ଗ କରି ସଭାପତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପ ଣ କରିଥିଲେ।

କଳାହାଣ୍ଡି ଜିଲ୍ଲାର ସ୍ବତନ୍ତ୍ର ପ୍ରତିନିଧି କ୍ଷୀରଧର ସାହୁ ଙ୍କ ରିପୋର୍ଟ ନିର୍ମଳା ଟିଭି।।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0