ବର୍ଷା ପବନରେ ଉଡ଼ି ଘର ଉପରେ ପଡ଼ିଲା ଟିଣ ଅଳ୍ପକେ ବର୍ତ୍ତିଲେ ପରିବାର

Apr 27, 2025 - 14:41
Apr 27, 2025 - 14:42
 0  13
ବର୍ଷା ପବନରେ ଉଡ଼ି ଘର ଉପରେ ପଡ଼ିଲା ଟିଣ ଅଳ୍ପକେ ବର୍ତ୍ତିଲେ ପରିବାର

ବର୍ଷା ପବନରେ ଉଡ଼ି ଘର ଉପରେ ପଡ଼ିଲା ଟିଣ ଅଳ୍ପକେ ବର୍ତ୍ତିଲେ ପରିବାର 

Solid Khabar //ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ବରଗାଁ ପଞ୍ଚାୟତ  ଅନ୍ତର୍ଗତ ଜାମଗାଁରେ ତାଣ୍ଡବ ରଚିଲା କାଳ ବୈଶାଖୀ ଅନେକ ପରିବାରର ବ୍ୟାପକ କ୍ଷୟକ୍ଷତି। ଏଥିରେ ବହୁ ଆଜବେଷ୍ଟର ଓ ଖପର ଘର ଭାଙ୍ଗି

ଯାଇଥିବାବଳେ ବ୍ୟାପକ କ୍ଷତି

ହୋଇଛି। ଆଜି ଅପରାହ୍ନରେ ନୂଆପଡ଼ା ଜିଲ୍ଲାରେ କାଳବୈଶାଖି ସହ ବର୍ଷା ଓ ବହୁତ୍ ଜୋରରେ ପବନ ବହିଥିଲା । ଏଥିରେ ଜାମଗାଁର ଗୁଣନିଧି ଜଗତଙ୍କ ୪ପରିବାର ଘରେ ଥିବା ସମୟରେ ଘଡ଼ ଗାଡ଼ି ସହ ବର୍ଷା ଓ ବହୁତ ଜୋରରେ ପବନ ବହିବାରୁ ତାଙ୍କ ଘରର ଆଜବେଷ୍ଟର ସମ୍ପୁର୍ଣ୍ଣ ଭାବରେ ଉଡ଼ିଯାଇ ନଷ୍ଟ ହୋଇଛି ।ସେହିପରି ଡିଗ୍ଲେଶ୍ୱାର ଜଗତ,କୁଞ୍ଜ କଟା,ପୁସ୍ତମ ଭୋଇଙ୍କ ଘର ଖପର ପବନରେ ଉଡ଼ି ନଷ୍ଟ ହୋଇଛି।ସେହିପରି ଲକ୍ଷ୍ମୀକାନ୍ତ ଠେଲାଙ୍କ କୁକୁଡ଼ା ଫାର୍ମ ମଧ୍ୟ ସମ୍ପୂର୍ଣ ନଷ୍ଟ ହୋଇଛି ।ସେହିପରି କିଶନ ଠେଲାଙ୍କ  ୬ ପରିବାର ଘରେ ଥିବା ସମୟରେ ପବନ ବେଶୀ ଜୋରରେ ବହିବାରୁ ପଡ଼ୋଶୀ ଘରେ ଲାଗିଥିବା ୪୦/୩୦ ଫୁଟର ଲୁହା ଟିଣ  ଉଡ଼ି ଆସି ତାଙ୍କ ଘରେ ପଡ଼ିଥିଲା ଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର ।  ଖବର ପାଇ ଗଣ୍ଡାବାହାଲି ଆର.ଆଇ ଲିଙ୍ଗରାଜ ସମ୍ରଥ ପହଞ୍ଚି କ୍ଷୟ କ୍ଷତି ସ୍ଥାନରେ ପହଞ୍ଚି ତଦାରଖ କରି ସମସ୍ତଙ୍କୁ ପଲିଥିନ ଦେଇଥିଲେ ଓ କ୍ଷୟ କ୍ଷତି ହୋଇଥିବାର ତହସିଲଦାରଙ୍କୁ ଜଣାଇଥିଲେ।ସମସ୍ତେ ଗରିବ ଶ୍ରେଣୀର

ଲୋକଙ୍କ ଘର ଛପର ଭାଙ୍ଗି ଯାଇଥିବାରୁ ଅସହାୟ

ହୋଇପଡିଛନ୍ତି ଓ ସରକାରୀ ସହାୟତା ଯୋଗାଇଦେବାକୁ ଦାବି

କରିଛନ୍ତି।

ନୂଆପଡା ଜିଲ୍ଲା ରୁ ଧର୍ମେନ୍ଦ୍ର କୁମାର ଗହିର ଙ୍କ ରିପୋର୍ଟ

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0