ଗଞ୍ଜେଇ ସହ କାର ଜବତ ଜଣେ ଗିରଫ ପରେ କୋର୍ଟ ଚାଲାଣ

Apr 24, 2025 - 21:49
 0  64
ଗଞ୍ଜେଇ ସହ କାର ଜବତ ଜଣେ ଗିରଫ ପରେ କୋର୍ଟ ଚାଲାଣ

ଗଞ୍ଜେଇ ସହ କାର ଜବତ ଜଣେ ଗିରଫ ପରେ କୋର୍ଟ ଚାଲାଣ

ସୋଲିଡ଼ ଖବର // ମ, ରାମପୁର ୨୩/୦୪(ପିଏନ ଏସ) ଦିନକୁ ଦିନ ଗଞ୍ଜେଇ ମାଫିଆ ଙ୍କ ରାଜ ବଢି ବଢି ଚାଲୁଥିବାରୁ ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ମ ରାମପୁର ପୋଲିସ ଘନ ଘନ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୋୖଣସି ସୂତ୍ରରୁ ପୋଲିସ ଖବର ପାଇ ଥାନା ଅଧିକାରୀ ସୁଦର୍ଶନ ନାୟକ ଙ୍କ ନେତୃତ୍ବରେ ଏକ ଟିମ୍ ପାଜିବାହାଲି ଛକ ଠାରେ ଜାଲ ବିଛେଇ ଜଗିରହିଥିଲେ। ଏତିବେଳେ ମୋହନ ଗିରି ପଟୁ ଖଡ଼ିଆଳ ଅଭିମୁଖେ ଯାଉଥିବା ଏକ କାର ନମ୍ବର (ସି,ଜି ୦୪ ଏନ୍,ଜେଡ ୮୪୪୯) କୁ ଅଟକାଇ ଥିଲେ ଦେଖିବାକୁ ପାଇଥିଲେ କାର ରେ ତିନି ବସ୍ତା ଗଞ୍ଜେଇ ହାରାହାରୀ ୪୦ କିଲୋ ଗଞ୍ଜେଇ ଭର୍ତ୍ତି ହୋଇଥିଲା ଗଞ୍ଜେଇ ଜବତ ସହ ଜଣେ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୁକ୍ତ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା (ଚିନା ଗୁଡା ଗାଁ) ର ଇଶୁ ଦାସ ଛତ୍ରୀଆ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଏହି ଚଢାଉ ବେଳେ ମ, ରାମପୁର ତହସିଲଦାର ସୁଧାକର ରହିତ , ଏଏସଆଇ, ଏସ ଆଇ ଗୋପବନ୍ଧୁ ନାୟକ ,ବଵିତା ବାଗ, ଏଏସ ଆଇ ଜି ଅଭିମନ୍ୟୁ ରାଓ ସାମିଲ ଥିବା ସୂଚନା ମିଳିଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0