ପ୍ରେମି ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ !

Apr 26, 2025 - 16:21
 0  39
ପ୍ରେମି ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ !

ପ୍ରେମି ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ !

ସଲିଡ଼ ଖବର // ପ୍ରେମକୁ ନେଇ କୋକସରା ବ୍ଳକ ଆମପାଣି ଥାନା କାଉଡୋଲା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ବେକରେ ରସି ଲଗାଇ ଗଛରେ ଝୁଲି ପଡିଲେ ପ୍ରେମୀ ଯୁଗଳ। ମୃତ ପ୍ରେମିକ ଜଣକ ହେଲେ କାଉଡୋଲା ଗ୍ରାମର ନିତେଶ ମୁଣ୍ଡ ୨୩ ଓ ପ୍ରେମିକା ଜଣେ ନାବାଳିକା ବୋଲି ଜଣାପଡ଼ିଛି। ଉଭୟ ଗୋଟିଏ ଗ୍ରାମର ହୋଇଥିବାବେଳେ ଦିର୍ଘ ବର୍ଷରୁ ସେମାନଙ୍କ ପ୍ରେମ ସମ୍ପର୍କ ରହିଥିଲା। ହେଲେ ଆଜି ସକାଳୁ କାଉଡୋଲା କୁମୁଡାମୁଣ୍ଡା ରାସ୍ତାର ଏକ ଗଛରେ ସେମାନଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି। ଖବର ପାଇ ଆମପାଣି ଥାନା ପୁଲିସ ଘଟଣାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି। ଅନ୍ୟପଟେ ସେମାନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ।

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0