ସ୍ତ୍ରୀ କୁ ଛୁରୀ ରେ ଆକ୍ରମଣ କରି ଟ୍ରେନ ଆଗରେ ସ୍ବାମୀର ଆତ୍ମହତ୍ୟା

May 11, 2025 - 17:01
May 11, 2025 - 17:05
 0  85
ସ୍ତ୍ରୀ କୁ ଛୁରୀ ରେ ଆକ୍ରମଣ କରି ଟ୍ରେନ ଆଗରେ ସ୍ବାମୀର ଆତ୍ମହତ୍ୟା

ସ୍ତ୍ରୀ କୁ ଛୁରୀ ରେ ଆକ୍ରମଣ କରି  ଟ୍ରେନ  ଆଗରେ ସ୍ବାମୀର ଆତ୍ମହତ୍ୟା

କେସିଙ୍ଗା ତା ୧୧.୫ ନୃପରାଜ ସାହୁ (ସଲିଡ଼ ଖବର) କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ର ଭମାରମାଲ ,(ପଥର୍ଲା) ଗ୍ରାମର ୪୨ ବର୍ଷ ବ୍ୟକ୍ତି କୃଷ୍ଣ ସାହୁ ମଦ୍ୟପାନ କରି ନିଜ ସ୍ତ୍ରୀ କୁମାରୀ ସାହୁ  ଓ ପୁତ୍ର ବଧୁଙ୍କୁ  ଶନିବାର ରାତ୍ରୀରେ  ଏକ ଧାରୁଆ ଛୁରୀ ରେ ଆକ୍ରମଣ କରି ଥିଲା । ନିଜ ସ୍ତ୍ରୀ କୁମାରୀ କୁ ମୁଣ୍ଡରେ ଓ ହାତରେ ଏବଂ ପୁତ୍ର ବଧୁ କୁ ମୁହଁରେ ଆକ୍ରମଣ କରି କ୍ଷତ ବିକ୍ଷ୍ୟତ କରିଥିଲା । ପରି ଶେଷରେ କୃଷ୍ଣ ସାହୁ  ଭାର ସାମ୍ୟ ହରାଇ ପଥର୍ଲା  କାଣ୍ଡେଲ ଓ କେସିଙ୍ଗା କୁ ସଂଯୋଗ ହୋଇଥିବା  ରେଳ ଧାରଣା ରେ ଏକ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିଲା। ଯାହା ଫଳରେ ରେ କୃଷ୍ଣ ର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ପଡ଼ିଥିଲା । ଆଜି  ସକାଳେ ଅର୍ଥାତ ରବିବାର ଲୋକମାନେ ମୃତ ଶରିର କୁ ଦେଖ କୃଷ୍ଣ ର ପରିବାର ଙ୍କୁ ଖବର ଦେଇଥିଲେ ଖବର ପାଇ ମୃତକ ପରିବାର ଘଟଣା ସ୍ଥଳରେ ପହଞ୍ଚି ଶବକୁ ଚିନଟ କରିଥିଲେ । ସେପଟେ ମୃତକ କୃଷ୍ଣ ସାହୁଙ୍କ ପୁତ୍ର ଲାଲୁ ସାହୁ ବୟସ ୨୫ ଆହତ ସ୍ତ୍ରୀ ଓ ମାଆ କୁ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଟି ସ୍ୱାସ୍ବ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ବାପାଙ୍କ ଘଟଣା ଖବର ପାଇଲା ପରେ କେସିଙ୍ଗା ଆଦର୍ଶ ଥାନାରେ ନିଜ ସ୍ତ୍ରୀ ଓ ମାଆ ଧାରୁଆ ଛୁରୀରେ ଆକ୍ରମଣ କରି ବାପା ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଲିଖିତ ଅଭିଯୋଗ କରିଥିଲେ । ଟ୍ରେନ ପାଇଲଟ ଟିଟିଲାଗଡ଼ ଜିଆର୍ ପି ଙ୍କୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ କେସିଙ୍ଗା ପୋଲିସ ଓ ଜି ଆର ପି ପହଁଞ୍ଚି ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଛି।ଶବ ଵ୍ୟଵ ଛେଦ ପରେ ପରିବାର ଙ୍କୁ ଶବ ହସ୍ତାନ୍ତର କରାଯାଇ ଶବଶତ୍କାର କରାଯାଇଥିଲା , ମୃତକ ୨ପୁଅ ୨ଝିଅ ମଧ୍ୟରୁ ନାଆ ବ୍ଳକ ୧ ପୁଅ ୧ ଝିଅ ଅଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0