ଦେଶର ଜାଗ୍ରତ ପ୍ରହରୀ ସାମ୍ବାଦିକ, ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ପାଳିତ

May 4, 2025 - 14:06
May 4, 2025 - 14:07
 0  15
ଦେଶର ଜାଗ୍ରତ ପ୍ରହରୀ ସାମ୍ବାଦିକ, ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ପାଳିତ

ଦେଶର ଜାଗ୍ରତ ପ୍ରହରୀ ସାମ୍ବାଦିକ, ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ପାଳିତ 

        ସଲିଡ଼ ଖବର :- ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଗଣମାଧ୍ୟମ। ଯଦିଓ ଭାରତୀୟ ଗଣତନ୍ତ୍ରରେ ସମ୍ବିଧାନରେ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭ ଭାବରେ କୌଣସି ଲିଖିତ ଦସ୍ତାବେଜ ନାହିଁ, ତେବେ ୧୪୦ କୋଟି ଭାରତୀୟ ନାଗରିକ ସେମାନଙ୍କ ହୃଦୟରେ ଗଣ ମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭର ମାନ୍ୟତା ଦେଇଛନ୍ତି ଓ ସେତିକି  ଭରସା କରୁଛନ୍ତି ଓ ଦେଶ ନିର୍ମାଣରେ ଗଣମାଧ୍ୟମର ଭୂମିକାକୁ ସବୁବେଳେ ପ୍ରଶଂସା କରୁଛନ୍ତି ବୋଲି ଆଜି ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥି ଇନ୍ ଠାରେ କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ଵାଧୀନତା ଦିବସ ପାଳନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ୱାଦିକ ଉମା ଶଙ୍କର କର ମୁଖ୍ୟବକ୍ତା ଓ ସମ୍ମାନିତ ଅଥିତି ଭାବରେ ପଦ୍ମଶ୍ରୀ ପଟ୍ଟାୟଟ ସାହୁ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶାନ୍ତନୁ କୁମାର ବେହେରା, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସମଗ୍ର ବିଶ୍ଵରେ ସମ୍ବାଦ ସଂଗ୍ରହ ଓ ପରିବେଷଣ ସମୟରେ ଯୁଦ୍ଧ କିମ୍ବା ଆତଙ୍କବାଦୀ ଆକ୍ରମଣ ରେ ଶହୀଦ ହୋଇଥିବା ଦିବଙ୍ଗତ ସାମ୍ବାଦିକ ମାନଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। କଳାହାଣ୍ଡିର ସାମ୍ବାଦିକ ଭାଇ ମାନଙ୍କ ପାଇଁ ସହରରେ ଏକ ସାମ୍ବାଦିକ ଭବନ ନିର୍ମାଣ ନିମନ୍ତେ ମୁଖ୍ୟ ଅତିଥି ସାଂସଦ ମାଳବିକା ଦେବୀ ସାଂସଦ ଅନୁଦାନ ପାଣ୍ଠିରୁ ଦୁଇ ବର୍ଷରେ ୨୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ସେହିପରି ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ସାମ୍ବାଦିକ ଭବନ ନିମନ୍ତେ ସରକାରୀ ଜମି ଲିଜ ପ୍ରିମିୟମ ପୈଠ ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ତଥା ମସିହାର ସମ୍ପାଦକ ସୁନୀଲ ଚନ୍ଦ୍ର ନାୟକଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ଓ ଓଟିଭି ସାମ୍ବାଦିକ ଧର୍ମଗଡ ଇଙ୍ଗିତ କୁମାର ପଣ୍ଡାଙ୍କୁ ସାମ୍ବାଦିକ ସୌରଭ ସମ୍ମାନ ପ୍ରଦାନ କରାଯାଇଥିଲା। କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘର ସଭାପତି ରଜନୀକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁବ ସାମ୍ବାଦିକ ଚନ୍ଦ୍ରାଂଶୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଯୁବ ସାମ୍ବାଦିକ ତାପସ ମହାନ୍ତି, ଅମରେଶ ପାଢୀ, ଚିତ୍ତ ବିଶି, ଦୀପକ ସାହୁ, ଶିବ ନାଏକ, ହେମନ୍ତ ରାୟ, ବିଜୟ ଦାସ, ଅମିୟ ସାହୁ, ଭାରତ ବିଶି ଓ ଉମେଶ ଦୋରା  ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। କଳାହାଣ୍ଡି ଓକିଲ ସଂଘ ସଭାପତି ସୁଧାଂଶୁ ନନ୍ଦ, ଅମଲା ସଂଘର ରୂପ କେଶରୀ ଦଳେଇ, ଅନ୍ତୋଦୟର ଦିଲ୍ଲୀପ ଦାଶ, ବିଶିଷ୍ଠ ଶିକ୍ଷାବିତ୍ ଡ଼ ଅଜୟ ମିଶ୍ର, ଛାତ୍ରନେତା ଅବିନାଶ ଠାକୁର, ବ୍ରାହ୍ମଣ ସମାଜ ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ବରିଷ୍ଠ ଆଇନଜୀବି ଛବିଲାଲ ନିଆଲ୍, ଯୁବନେତା ପ୍ରଦୀପ ଦାଶ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ବହୁ ସାମ୍ବାଦିକ ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ଷ୍ଟେଟ ହେଡ ଶିଵ ନାଏକ ଙ୍କ ରିପୋର୍ଟ ନିର୍ମଳ ଟିଭି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0