ପୋଖରୀ ରେ ବୁଡି ୪୫ ବର୍ଷ ବୟସ୍କ ବ୍ୟକ୍ତି ଙ୍କ ମୃତ୍ୟୁ
ପୋଖରୀ ରେ ବୁଡି ୪୫ ବର୍ଷ ବୟସ୍କ ବ୍ୟକ୍ତି ଙ୍କ ମୃତ୍ୟୁ
Solid Khabar :- ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା
ରୋଡ ଶିବମନ୍ଦିର ପାଖରେ ଥିବା ପୋଖରୀ ରେ।ସୂଚନା ଅନୁସାରେ ନର୍ଲା ରୋଡ ର ନିର୍ମଳ ସାହୁ ନାମକ ବ୍ୟକ୍ତି ଗତ କାଲି ଦିନ ଗୋଟାଏ ସମୟରେ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ କିନ୍ତୁ ତିନି ଘଣ୍ଟା ପରେ ମଧ୍ଯ ଘରକୁ ନ ଫେରିବାରୁ ଘର ଲୋକେ ଚିନ୍ତିତ ହୋଇ ଖୋଜିବା ପାଇଁ ପୋଖରୀ କୂଳକୁ ଯାଇ ଥିଲେ। ପୋଖରୀ କୂଳ ରେ ଉକ୍ତ ବ୍ୟକ୍ତି ଙ୍କ ସାଇକଲ, ପ୍ୟାଣ୍ଟ୍ ସାର୍ଟ ଓ ଚପଲ ପଡ଼ିଥିବା ଦେଖୂ ପରିବାର ଓ ସାଙ୍ଗସାଥୀ ପାଣି ଭିତରେ ଖୋଜି ମଧ୍ଯ ନିରାଶ ହୋଇ ଦମକଳ ବାହିନୀ କୁ ସୂଚନା ଦେଇଥିଲେ। ଦମକଳ ବାହିନୀ ତୁରନୁ ପହଞ୍ଚି ଦୁଇ ଘଣ୍ଟା ଖୋଜି ବା ପରେ ରାତି ହେବାରୁ ବିରତି ନେଇ ଆଜି ସକାଳୁ ପୁଣି ଖୋଜିବା ପରେ ଉକ୍ତ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରିଛି। ଘଟଣା ସ୍ଥଳରେ ନର୍ଲା ପୋଲିସ୍ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବସ୍ଥା କରିବା ସହିତ ଅଧୂକ ତଦନୁ ଜାରି ରଖୁଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
1
Wow
0